ବୁଦ୍ଧିଆ ସିଂହ
https://or.wikipedia.org/wiki/Budhia_Singh
ବୁଦ୍ଧିଆ ସିଂହ | |
|---|---|
| ଫାଇଲ:Budhia singh.jpg ଧାବକ | |
| ଜନ୍ମ ଓ ଜନ୍ମସ୍ଥାନ | ବୁଦ୍ଧିଆ ସିଂହ ୨୦୦୨ ଓଡ଼ିଶା |
| ଜାତୀୟତା | |
| ବାପା ବୋଉ | |
ବୁଦ୍ଧିଆ ସିଂ ଭାରତର ଓଡ଼ିଶାରେ ରହୁଥିବା ଏକ ବାଳକ । ବିଶ୍ୱର ସର୍ବ କନିଷ୍ଠ ଦୌଡାଳି । [୧] ଅଧିକ ଦୂର ଦୌଡିବା ପାଇଁ ତାଙ୍କ ନାମ ଲିମ୍କା ବୁକ୍ସ୍ ଅଫ୍ ୱ୍ଆର୍ଡସ୍ ରେକର୍ଡରେ ସ୍ଥାନ ପାଇଛି।
ବିଷୟସୂଚୀ
- ୧ ବାଲ୍ୟ ଜୀବନ
- ୨ ସଫଳତା ଓ ବିବାଦ
- ୩ ବିରଞ୍ଚିଙ୍କ ହତ୍ୟା
- ୪ ସିନେମା
- ୫ ବାହାର ଲିଙ୍କ
ବାଲ୍ୟ ଜୀବନ[ସମ୍ପାଦନା]
ବୁଦ୍ଧିଆ ସିଂ ୨୦୦୨ରେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।[୧] ତାଙ୍କ ମାଆ ସୁକାନ୍ତି ସିଂହ ବୁଦ୍ଧିଆକୁ ମାତ୍ର ୮୦୦ ଟଙ୍କାରେ ଜଣେ ଲୋକକୁ ବିକ୍ରି କରିଦେଇଥିଲେ।ପରେ ସ୍ଥାନୀୟ ପ୍ରସିକ୍ଷକ ବିରଞ୍ଚି ଦାସଙ୍କ ନଜରେ ବୁଦ୍ଧିଆ ଆସିଥିଲେ ଏବଂ ବିରଞ୍ଚିଙ୍କ ତତ୍ତ୍ୱାବଧାନରେ ବୁଦ୍ଧିଆ ପ୍ରସିକ୍ଷଣ ନେଇଥିଲେ। ଥରେ ବୁଦ୍ଧିଆର ଦୁସ୍ତମୀର ଦଣ୍ଡ ସ୍ୱରୁପ ତାର ପ୍ରସିକ୍ଷକ ତାକୁ ଦୌଡିବାକୁ କହିଥିଲେ ମାତ୍ର ଏକଥା ଭୁଲି ଯାଇଥିଲେ ।୫ ଘଣ୍ଟା ପରେ ସେ ଦେଖିଲେ ବୁଦ୍ଧିଆ ସେମିତି ଦଉଡୁଛି ।ତାର ମେଡିକାଲ୍ ପରୀକ୍ଷା ହେବା ପରେ ଜଣ। ପଡିଲା ଯେ ତାର ହୃଦୟ ସମ୍ପୁର୍ଣ ସୁସ୍ଥ ଅଛି ,ବହୁ ସମୟ ପର୍ଯନ୍ତ ଦୌଡିଥିଲେ ମଧ୍ୟ ।ତାପରେ ବିରଞ୍ଚି ବୁଦ୍ଧିଆକୁ ମାରାଥନ୍ ପାଇଂ ପ୍ରସ୍ତୁତ କରିବାକୁ ଲାଗିଲେ ।୪ ବର୍ଷ ବେଳକୁ ବୁଦ୍ଧିଆ ୪୮ଟି ମାରାଥନ୍ ଦୌଡି ସାରିଥିଲା ।
ସଫଳତା ଓ ବିବାଦ[ସମ୍ପାଦନା]
ବୁଦ୍ଧିଆର ଏହି ଦୌଡିବା ସାମର୍ଥ୍ୟ ଯୋଗୁ ସେ ଏକ ତାରକାର ମାନ୍ୟତା ପାଇଲା ଏବଂ ବହୁଗୁଡିଏ ଦୁରଦର୍ଶନ ବିଜ୍ଞାପନରେରେ ସୁଯୋଗ ପାଇଲା । ଏହି ବିଜ୍ଞାପନ ଏବଂ ବୁଦ୍ଧିଆର ଯଶ ଯୋଗୁ ବିରଞ୍ଚି ବହୁତ୍ ଆର୍ଥିକ ଫାଇଦା ପାଇଲେ। ମାତ୍ର ଏହା ସହିତ ବିରଞ୍ଚି ଶିଶୁ ଶୋଷଣ ଅରୋପରେ ଅରୋପିତ ହୋଇଥିଲେ । ଏହାର ସତ୍ୟତା ପରଖିବା ହେତୁ ଭାରତୀୟ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ମନେ ତଦନ୍ତ କରିଥିଲେ ।ସେ ଯାହା ହେଉ ,ବିରଞ୍ଚି ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ୨୦୧୧ରେ ବୁଦ୍ଧିଆ ଓ ବିରଞ୍ଚି ଉପରେ ଅଧାରିତ ବୃତଚିତ୍ର ମରାଥନ୍ ବୟ୍ ଜାରି ହୋଇଥିଲା ୨୦୦୬ରୁ ୨୦୧୧ ପର୍ଯନ୍ତର ଏହି କୁନି ଧାବକ ଏବଂ ତା କୋଚ୍ର ସଫଲତାର ଯାତ୍ରା ଉପରେ । ଏହି ବୃତଚିତ୍ରକୁ HBO ଏବଂ BBC Storyvile ପ୍ରୟୋଜନ କରିଥିଲେ । ଏହି ବୃତଚିତ୍ରରେ ବୁଦ୍ଧିଆ ବିରଞ୍ଚିଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା । ବୃତଚିତ୍ର ମାରାଥନ୍ ବୟ୍(୨୦୧୧) EMMY ପୁରସ୍କାରରେ ମନୋନିତ ହୋଇଥିଲା । ୨୦୧୫ ବେଳକୁ ବୁଦ୍ଧିଆ ୧୩ ବର୍ଷ ବୟସର ସାଧାରଣ ୧୫୦ ପିଲା ପରି କଲିଙ୍ଗ ଛାତ୍ରାବାସରେ ରହୁଛି ଏବେ ସେ ସାଧାରଣ ଦୌଡ ପ୍ରତିଯୋଗିତା ମଧ୍ୟ ଜିତିପାରୁନି ।ଏବେ ସେ ମାତ୍ର ଦିନକୁ ୧ ଘଣ୍ଟାରୁ ୨ ଘଣ୍ଟା ଅଭ୍ୟାସ କରୁଛି ।ବୁଦ୍ଧିଆର ଭବିଷ୍ୟତ ଉଜ୍ଜଳ ଦେଖାଯାଉ ନାହି ।
ବିରଞ୍ଚିଙ୍କ ହତ୍ୟା[ସମ୍ପାଦନା]
ବିରଞ୍ଚି ଦାସଙ୍କୁ ୧୩ ଅପ୍ରେଲ ୨୦୦୮ରେ ବିଜେବି କଲେଜ୍ ପାଖରେ ଗୁଳି କରି ହତ୍ୟା କରାଯାଇଥିଲା । ମାତ୍ର ବିରଞ୍ଚିଙ୍କ ହତ୍ୟା ପଛରେ ବୁଦ୍ଧିଆ ବିବାଦର କୌଣସି ସମ୍ପର୍କ ନଥିଲା । ଅଭିନେତ୍ରି ଲେସଲି ତ୍ରିପାଠୀକୁ ଗ୍ୟାଙ୍ଗସ୍ତର ରାଜା ଆଚର୍ୟ ବିରୋଧରେ ସହୋଯୋଗ କରିବାରୁ ବିରଞ୍ଚିଙ୍କ ହତ୍ୟା କରାଯାଇଥିଲା ।
ସିନେମା[ସମ୍ପାଦନା]
ବୁଦ୍ଧିଆ ସିଂହର ଜୀବନ କାହାଣୀକୁ ନେଇ ବୁଦ୍ଧିଆ ସିଂହ-ବର୍ଣ ଟୁ ରନ୍ ନାମରେ ଏକ ସିନେମା ସୌମେନ୍ଦ୍ର ପାଢୀ ନିର୍ମାଣ କରିଛନ୍ତି, ଯେଉଁଥିରେ ମନୋଜ୍ ବାଜପେୟୀ ବିରଞ୍ଚି ଓ ମୟୁର୍ ପଟୋଲେ ବୁଦ୍ଧିଆର ଅଭିନୟ କରିଛନ୍ତି।
ବାହାର ଲିଙ୍କ[ସମ୍ପାଦନା]
- http://marathonboymovie.com